ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କଲା ପୁଲିସ, ପ୍ରଥମ ଦିନରେ ୯୫ ହଜାର ଜରିମାନା ଆଦାୟ

ଓଏଲ୍ ବ୍ୟୁରୋ: ଗାଡ଼ି ଚାଳକଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ଗାଡ଼ି ବୀମା ନଥିବା ଗାଡ଼ି ଚାଳକ ପଡିପାରନ୍ତି ଅସୁବିଧାରେ, କାହିଁକି ନା ରାଜ୍ୟରେ ଗାଡ଼ିର ବୀମା ଯାଞ୍ଚ ଆରମ୍ଭ ହୋଇଛି। ଗତକାଲିଠୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି। ୮ସପ୍ତାହ ଧରି କଡ଼ାକଡ଼ି ଭାବେ ଚାଲିବ ଯାଞ୍ଚ। ନିୟମରେ ଉଲ୍ଲଂଘନ କଲେ ବୀମା ରାଶି ଅଧିକ ପଡ଼ିବ ବୋଲି ସୂଚନା ମିଳିଛି।
ଗତକାଲିଠୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଟ୍ବିନସିଟିର ୫ଟି ସ୍ଥାନରେ ଚେକିଂ କରିଛି କମିଶନରେଟ୍ ପୁଲିସ। ଗତକାଲି ପ୍ରଥମ ଦିନରେ ୯୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ୧୯ଟି ଗାଡ଼ିର ବ୍ଲାକ ଫିଲ୍ମ ଖୋଲିଲା ପୁଲିସ। ଟ୍ରାଫିକ ନିୟମ ଭାଙ୍ଗି ରାଜଧାନୀରେ ଶତାଧିକ ଗାଡ଼ି ଜବତ ହୋଇଛି। ବିକଟାଳ ହର୍ଣ୍ଣ ଲାଗିଥିବା ୨୫ ଗାଡ଼ି ସିଜ୍ ହୋଇଛି। ଆଜିଠୁ ଜୋରଦାର ଚେକିଂ ହେବ ବୋଲି ଟ୍ରାଫିକ ଡିସିପି ତପନ ମହାନ୍ତି କହିଛନ୍ତି।
ଖବର ଅନୁସାରେ, ପୂର୍ବରୁ ଗାଡ଼ି ଚଳାଉଥିବା ନାବାଳକ ଓ ନାବାଳିକାଙ୍କ ପାଇଁ ନିୟମ କଡ଼ାକଡ଼ି ହୋଇଥିଲା। ସ୍କୁଲ ଓ କଲେଜ ଆଖପାଖରେ କଡ଼ାକଡ଼ି ଚେକିଂ କରାଯାଇ ବେଆଇନ ଗାଡ଼ି ଚଳାଉଥିବା ନାବାଳକ ଏବଂ ନାବାଳିକାଙ୍କୁ ସାବଡ଼ କରିଥିଲା ପୁଲିସ। ପୂର୍ବ ବର୍ଷ ଏପ୍ରିଲ ପ୍ରଥମ ସପ୍ତାହକୁ ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ନିୟମ କଡ଼ାକଡ଼ି ହୋଇଛି।