ଓଡ଼ିଶା କଂଗ୍ରେସ ମୁଖିଆ ହେଲେ ଭକ୍ତ ଦାସ

ଓଏଲ୍ ବ୍ୟୁରୋ: ଓଡ଼ିଶା କଂଗ୍ରେସକୁ ମିଳିଲା ନୂଆ ମୁୁଖିଆ। କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶର କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଛି ଏଆଇସିସି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି। ସୂଚନାଥାଉକି, ସାଧାରଣ ନିର୍ବାଚନ ପରେ ଶରତ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା।
ପିସିସି ସଭାପତି ଦାୟିତ୍ୱ ମିଳିବା ପରେ ଭକ୍ତ ଚରଣ ଦାସ କହିଛନ୍ତି, ସମସ୍ତଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ। ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ୱ ଦେଇଛନ୍ତି।ଲୋକଙ୍କ ପାଖକୁ ଯାଇ ଶହେ ଟଙ୍କା ଲେଖାଏଁ ମାଗି ସମ୍ବଳ ବଢ଼ାଇବି। ଲୋକଙ୍କ ଆସ୍ଥାଭାଜନ ହେବା ମୋର ଲକ୍ଷ୍ୟ।
କ୍ତ ଚରଣ ଦାସ ଓଡ଼ିଶା କଂଗ୍ରେସର ଜଣେ ଟାଣୁଆ ନେତା।ସେ ଓଡ଼ିଶା ବିଧାନସଭାକୁ ଥରେ ଏବଂ ଲୋକଭାସକୁ ତିନି ଥର ନିର୍ବାଚିତ ହୋଇସାରିଛନ୍ତି।୧୯୮୫ ବିଧାନସଭା ନିର୍ବାଚନରେ ସେ ଭବାନୀପାଟଣା ଆସନରୁ ନିର୍ବାଚିତ ହୋଇଥିଲେ।ପରେ ସେ ୧୯୮୯, ୧୯୯୬ ଓ ୨୦୦୯ ସାଧାରଣ ନିର୍ବାଚନରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିଲେ।ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଏଆଇସିସି ସାଧାରଣ ସମ୍ପାଦକ ଓ ବିହାର,ମଣିପୁର ଓ ମିଜୋରାମର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିସାରିଛନ୍ତି।