ପରଲୋକରେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଓଏଲ୍ ବ୍ୟୁରୋ: ପରଲୋକରେ ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ। ୮୫ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଦେହାନ୍ତ ହୋଇଛି। ୩ ତାରିଖରୁ ମସ୍ତିଷ୍କ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଦେହାନ୍ତ ହୋଇଥିବା ଜଣା ପଡିଛି।
ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସାରା ଜୀବନ ପ୍ରଭୁ ଶ୍ରୀରାମଙ୍କ ସେବାରେ କଟିଛି। ଦେଶର ଆଧ୍ୟାତ୍ମିକ ଓ ସାମାଜିକ ଜୀବନରେ ତାଙ୍କ ଅମୂଲ୍ୟ ଯୋଗଦାନ ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଲେଖିଛନ୍ତି।