Odisha Link
Bridging the Missing Links in Odisha

ସରିଲା ସର୍ବଦଳୀୟ ବୈଠକ, ସୁରୁଖୁରୁରେ ଗୃହ ପରିଚାଳନା ପାଇଁ ସହମତି ଲୋଡ଼ିଲେ ବାଚସ୍ପତି

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ। ୧୭ରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣାଙ୍ଗ ବଜେଟ। ସୁରୁଖୁରୁରେ ଗୃହ ପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ କରିଛନ୍ତି। ଶାନ୍ତିଶୃଙ୍ଖଳାରେ ଗୃହ ପରିଚାଳନା ପାଇଁ ସମସ୍ତଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି।

ଗୃହ ସୁରୁଖୁରରେ ଚଲାଇବା ନେଇ ସହମତି ଲୋଡ଼ିଛନ୍ତି। ବୈଠକ ପରେ ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି, ଚିରାଚରିତ ଭାବେ ଚାଲିବ ବିଧାନସଭା। ପ୍ରସଙ୍ଗ ନେଇ ବିଜେଡି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ। ବିଜେପି କହିଛି ସବୁ ସମସ୍ୟାର ସମାଧାନ କରୁଛନ୍ତି ସରକାର। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ ବୋଲି ବିଜେପି କହିଛନ୍ତି।

ସୂଚନା ଅନୁସାରେ, ଫେବ୍ରୁଆରି ୧୩ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ।

ଫେବ୍ରୁଆରୀ ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ।

Leave A Reply

Your email address will not be published.