ମହାକୁମ୍ଭକୁ ଗଡ଼ିଲା OSRTCର ସ୍ୱତନ୍ତ୍ର ବସ୍, ଅପ୍ରୀତିକର ଘଟଣା ପାଇଁ ବନ୍ଦ ଥିଲା ବସ୍ ସେବା

ଓଏଲ୍ ବ୍ୟୁରୋ: ମହାକୁମ୍ଭ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୫୦ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି ବୋଲି ଉତ୍ତରପ୍ରଦେଶ ସରକାର କହିଛନ୍ତି। ମହାକୁମ୍ଭ ଫେବ୍ରୁଆରି ୨୬ ତାରିଖରେ ମହାଶିବରାତ୍ରୀ ଅବସରରେ ଶେଷ ବଡ଼ ସ୍ନାନ ସହିତ ଶେଷ ହେବ।।
ମହାକୁମ୍ଭମେଳା ପାଇଁ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବାବେଳେ ଅଯୋଧ୍ୟାକୁ ଓଡିଶାରୁ ପୁଣି ଗଡ଼ିଲା OSRTC ବସ୍।ଫେବ୍ରୁଆରୀ ୫ରୁ ବସ୍ ସେବା ଆରମ୍ଭ ହୋଇଥିବା OSRTC ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ଫେବୃଆରୀ ୪ ତାରିଖ ଯାଏଁ ଓଏସଆରଟିସିର ସ୍ୱତନ୍ତ୍ର ବସ୍ ବାତିଲ୍ କରାଯାଇଥିଲା। ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଏସଆରଟିସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଟଙ୍କା ଫେରସ୍ତ ପାଇଁ ୯୯୩୭୫୪୭୭୭୩କୁ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଥିଲା। ଯେଉଁମାନେ ଆଗୁଆ ଟିକେଟ୍ କରିଥିଲେ, ସେମାନେ ଯୋଗାଯୋଗ କରି ପାରିବେ।