Odisha Link
Bridging the Missing Links in Odisha

ଗୋଟିଏ ଆପ୍‌ରେ ହିଁ ପାଇବେ ଜିିଓ ଓ ହଟ୍‌ଷ୍ଟାରର ମଜା, ବଜାରକୁ ଆସୁଛି ନୂଆ ଓଟିଟି

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଭାରତରେ ଓଟିଟି ପ୍ଲାଟଫର୍ମର ଚାହିଦା ବଢ଼ିବାରେ ଲାଗିଛି। ଭାରତୀୟଙ୍କ ମନୋରଞ୍ଜନର ମାଧ୍ୟମ ସାଜିଛି ଓଟିଟି ପ୍ଲାଟଫର୍ମ। ଏହାକୁ ନଜରରେ ରଖି ମାର୍କେଟକୁ ଆସିଛି ନୂଆ ଓଟିଟି ପ୍ଲାଟଫର୍ମ। ଯାହାର ନାମ ହେଉଛି ଜିଓ ହଟ୍‌ଷ୍ଟାର (JioHotstar)।ଏହି ଓଟିଟି ପ୍ଲାଟଫର୍ମରେ ଦର୍ଶକ ଉଭୟ ଡିଜନି ହଟ୍‌ଷ୍ଟାର ଓ ଜିଓ ସିନେମାର ସମସ୍ତ କଣ୍ଟେଣ୍ଟ ଦେଖିପାରିବେ। ଅର୍ଥାତ୍‌ ଏଣିକି ଜିଓ ଓ ହଟ୍‌ଷ୍ଟାର ସମସ୍ତ କଣ୍ଟେଣ୍ଟ ଏବେ ଜିଓ ହଟ୍‌ଷ୍ଟାର ଓଟିଟି ପ୍ଲାଟଫର୍ମରେ ଦର୍ଶକ ଦେଖି ପାରିବେ।

ନୂଆ ଜିଓହଟ୍‌ଷ୍ଟାରରେ ଆପଣ ଜିଓ ଓ ହଟ୍‌ଷ୍ଟାରରେ ଉପଲବ୍ଧ କଣ୍ଟେଣ୍ଟ ଦେଖିବା ସହିତ ଅଲଗା ଅଲଗା ଷ୍ଟ୍ରିମିଂ ପ୍ଲାଟଫର୍ମର ମଜା ଉଠାଇ ପାରିବେ। ୨୦୨୪ ନଭେମ୍ବର ମାସରେ Viacom18 ଓ Star Indiaର ସଫଳ ବିଲୟ ପରେ ଜିଓଷ୍ଟାର ନାମରେ ଏକ ଜଏଣ୍ଟ ଭେଞ୍ଚରର ଆରମ୍ଭ ହୋଇଥିଲା।

ସବୁଠୁ ବଡ଼କଥା ହେଲା ମହିଳା ପ୍ରିମିୟର ଲିଗ୍‌ ଆଜିଠୁ ଆରମ୍ଭ ହେଉଛି। ଆଉ ଏହାର ସିଧାପ୍ରସାରଣ ଦର୍ଶକ ଏହି ଓଟିଟି ପ୍ଲାଟଫର୍ମ ଜରିଆରେ ଦେଖିପାରିବେ। ସେହିପରି ମାର୍ଚ୍ଚ ଶେଷ ଆଡ଼କୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ର ସମସ୍ତ ମ୍ୟାଚ ମଧ୍ୟ ଦେଖିପାରିବେ ଦର୍ଶକ।

Leave A Reply

Your email address will not be published.