Odisha Link
Bridging the Missing Links in Odisha

ରାସନକାର୍ଡ ଇ-କେୱାଇସି ଯାଞ୍ଚର ଆଜି ଶେଷ ଦିନ, ମନ୍ତ୍ରୀଙ୍କ ଚେତାବନୀ..

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ରାସନକାର୍ଡ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ୩୯ ଲକ୍ଷରୁ ଅଧିକ ଲୋକ ଇ-କେୱାଇସି ଅପଡେଟ କରିନାହାନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଫେବୃୟାରୀ ୧୫ରେ ସରିବ ରାସନ କାର୍ଡ ଇ-କେୱାଇସି ଅବଧି। ଏହାପରେ ଆଉ ବଢ଼ିବନି ଇ-କେୱାଇସି ଅବଧି। ଫେବୃଆରୀ ୧୫ସୁଦ୍ଧା ଯେଉଁମାନେ ରାସନ କାର୍ଡର ଇକେୱାଇସି ନ କରିବେ, ସେମାନଙ୍କ ନାଁ କଟାଯିବ। ଏନେଇ ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଉ ସମୟ ପୂରିବା ପରେ ଧରା ପଡିଲେ କଡ଼ା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.