ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଦିନ ୧୨ଟା ଯାଏଁ ଗୃହ ମୁଲତବି ଘୋଷଣା
![](https://www.odishalink.com/wp-content/uploads/2025/02/ASSEM-750x405.jpg)
ଓଏଲ୍ ବ୍ୟୁରୋ: ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ। ପ୍ରଶ୍ନକାଳ ସ୍ବଭାବିକ ଚାଲିବ କି ନାହିଁ ତାକୁ ନେଇ ଆଶଙ୍କା ଦେଖାଦେଇଥିବାବେଳେ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି ବି ଗୃହ ସରଗରମ ରହିଛି। କଟନୀ ଛଟନୀ ପ୍ରସଙ୍ଗ ଓ ଆଇନ ଶୃଙ୍ଖଳା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବାଚସ୍ପତିଙ୍କ ହୋଡିୟମ ତଳେ ନାରାବାଜି କରିବାରୁ ବିଧାନସଭା ମୁଲତବୀ ଘୋଷଣା କରାଯାଇଛି। ଦିନ ୧୨ଟା ଯାଏଁ ଗୃହ ମୁଲତବୀ ରଖଯାଇଛି।