Odisha Link
Bridging the Missing Links in Odisha

‘କଂଗ୍ରେସ ଭବନ ମୋର ମନ୍ଦିର, ଦଳକୁ ଫେରି ମୁଁ ବହୁତ ଖୁସି’

ଓଏଲ୍‌ ବ୍ୟୁରୋ: କଂଗ୍ରେସକୁ ଫେରିଲେ ସୁର ରାଉତରାୟ। ୯ ମାସ ପରେ ଦଳକୁ ଫେରିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ମାର୍ଚ୍ଚ ୨୭ରେ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇଥିଲେ ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ। ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଥିଲେ। ଏପ୍ରିଲରେ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବନ କରିଥିଲା। ୯ ମାସ ପରେ ଆଜି କଂଗ୍ରେସକୁ ଫେରିବା ପରେ ଭାବବିହ୍ୱଳ ହୋଇଛନ୍ତି ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ।

ସୁରଙ୍କ ଉପରୁ ନିଲମ୍ବନ ହଟାଇଛନ୍ତି ନୂଆ ପିସିସି ସଭାପତି ଭକ୍ତ ଦାସ। ସୁର ରାଉତରାୟ କହିଛନ୍ତି, କଂଗ୍ରେସ ଭବନ ମୋର ମନ୍ଦିର। ୧୯୬୨ରୁ କଂଗ୍ରେସ ସହିତ ଅଛି। କଂଗ୍ରେସରୁ ଦୂରେଇ ବହୁ କଷ୍ଟ ପାଇଛି। ଆଜି କଂଗ୍ରେସକୁ ଫେରି ବହୁତ ଖୁସି। ଭକ୍ତ ଦାସ ନିଲମ୍ବନ ହଟାଇଥିବାରୁ ଧନ୍ୟବାଦ। ମୋ ଆଖିରୁ ବହୁତ ଦିନ ଲୁହ ବୋହିଛି, କିନ୍ତୁ ଆଜିର ଲୁହ ଆନନ୍ଦର ଲୁହ। ମୁଁ ଆଜି ମୋ ଘରକୁ ଫେରିଛି।

Leave A Reply

Your email address will not be published.