ମରଣଯନ୍ତା ପାଲଟିଛି ‘ମୋ ବସ୍’, ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ଓଏଲ୍ ବ୍ୟୁରୋ: ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା। ଶହ ଶହ ଲୋକଙ୍କ ଭିଡରେ ଅମାନିଆ ମୋ ବସ ଚାଳକ ଓ ହଟାତ ରାସ୍ତା କଡର ଏକ ସ୍କୁଟିକୁ ଧକ୍କା ଦେଇ ଅଧ କିଲୋମିଟର ଘୋଷାଡ଼ି ନେଇଥିବା ସାମ୍ନାକୁ ଆସିଥିଲା। ଶୁକ୍ରବାର ରାତିରେ ଭୁବନେଶ୍ବର ପାତ୍ରପଡା ପାଖରେ ମୋ ବସ୍ ଘଟାଇଥିଲା ଦୁର୍ଘଟଣା। ସ୍କୁଟି ଚାଳକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାସହ ଅନ୍ୟ ୩ଜଣ ମଧ୍ୟ ବସ୍ ଧକ୍କାରେ ଆହତ ହୋଇଥିଲେ। ସ୍କୁଟି ଚାଳକଙ୍କ ମା’ଙ୍କର ଆଜି ଏମ୍ସରେ ମୃତ୍ୟୁ ଘଟିଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଘର ଫୁଲବାଣୀ, ଭୁବନେଶ୍ବରରେ ରହୁଥିଲେ।