ପୁରୀରେ ରଥଯାତ୍ରା ପୂର୍ବରୁ ସ୍ୱତନ୍ତ୍ର ବ୍ୟବସ୍ଥା, ଭିଡ଼ ଜଗିବ ଏଆଇ କ୍ୟାମେରା

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରରେ ଦିନକୁ ଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବୃଦ୍ଧିକୁ ନଜରରେ ରଖି ଭିଡ଼ ନିୟନ୍ତ୍ରଣ ନେଇ ଏଆଇ କ୍ୟାମେରାର ବ୍ୟବହାର କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ କରିବାକୁ ଏହା ଏକ ବଡ଼ ପଦକ୍ଷେପ ବୋଲି ଜଣାପଡ଼ିଥିବା ବେଳେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣ ସହିତ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ କରିବାକୁ ଲଗାଯିବ ଏଆଇ କ୍ୟାମେରା। ସେପଟେ ଚଳିତବର୍ଷ ରଥଯାତ୍ରାରେ ମଧ୍ୟ ଭିଡ଼ ନିୟନ୍ତ୍ରଣ ନେଇ ଏଆଇ କ୍ୟାମେରାର ବ୍ୟବହାର କରାଯିବ।
ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବା ସହ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ କରିବ ଏଆଇ କ୍ୟାମେରା। ଏନେଇ ପୁରୀ ପୁଲିସ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ସହରର ପ୍ରମୁଖ ସ୍ଥାନ, ସାହି ଗଳି କନ୍ଦି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲାଗିବ ଏହି କ୍ୟାମେରା। ଏ ନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ପ୍ରଦାନ କରିଛନ୍ତି।