୪ ବର୍ଷରେ ୩୬ ହଜାର ମହିଳା ନିଖୋଜ, ଗୃହରେ ଉଦ୍ବେଗ..

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ କାର୍ଯ୍ୟ ଦିବସ। ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ। ସ୍ଵାସ୍ଥ୍ୟ, ଗୃହ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି।
ଏସବୁ ଭିତରେ ସାମ୍ନାକୁ ଆସିଲା ମହିଳା ଓ ଶିଶୁ ନିଖୋଜର ଉଦ୍ବେଗଜନକ ଚିତ୍ର। ଗତ ୪ ବର୍ଷରେ ୩୬ ହଜାର ୪୨୦ ମହିଳା ନିଖୋଜ ଅଛନ୍ତି। ୮ ହଜାର ୪୦୩ ଜଣ ଶିଶୁ ମଧ୍ୟ ନିଖୋଜ ଅଛନ୍ତି। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।
ଦଲାଲଙ୍କ ଦ୍ବାରା ଅନ୍ୟ ରାଜ୍ୟକୁ ୪୨୧ ମହିଳା/ବାଳିକା ଚାଲାଣ ହୋଇଛନ୍ତି। ୪୫୩ ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ୧୪୧୭ ମହିଳା ଓ ୧୮୫୭ ଶିଶୁ ଉଦ୍ଧାର ହୋଇଛନ୍ତି। ୪ ବର୍ଷରେ ୭୪୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।