ବଜେଟ୍ ୨୦୨୫: ମାଧୋ ସିଂ ହାତଖର୍ଚ୍ଚ ଯୋଜନା ପାଇଁ ୧୫୪ କୋଟି

ଓଏଲ୍ ବ୍ୟୁରୋ: ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସହିଦ ମାଧୋ ସିଂହ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ତଥା ଡ୍ରପଆଉଟ ସଂଖ୍ୟାକୁ କମାଇବା ଭଳି ମହତ ଉଦ୍ଦେଶ୍ୟ ରଖି ଏହି ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ନବମ ଓ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ସେମାନଙ୍କ ପାଇଁ ଏକ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରାଯାଉଛି।
ଚଳିତ ବଜେଟରେ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ପାଇଁ ୧୫୪ କୋଟି ବ୍ୟୟବରାଦ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ ୪୫୦କୋଟି, ଧର୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୩୫୦କୋଟି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୨୧୦ କୋଟି, ସହିଦ ଲକ୍ଷ୍ମଣ ନାୟକ ସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି ବ୍ୟୟବରାଦ ହୋଇଛି।