ଦୂର ହେଉନି ଦାଦନର ଦୁଃଖ: ଦୁଇ ବର୍ଷରେ ଗଲାଣି ୨୦୭ ଦାଦନ ଶ୍ରମିକଙ୍କ ଜୀବନ

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ପଞ୍ଚମ କାର୍ଯ୍ୟ ଦିବସ। ଗତକାଲି ବଜେଟ ଉପସ୍ଥାପନା ହୋଇଥିବାବେଳେ ଆଜି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରିଥିବାବେଳେ ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖୁଛନ୍ତି। ତେବେ ଏସବୁ ଭିତରେ ଦାଦନର ଦୁଃଖ ସାମ୍ନାକୁ ଆସିଛି। ପ୍ରଶ୍ନକାଳରେ ଦାଦନ ଶ୍ରମିକ ପ୍ରସଙ୍ଗରେ ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ।
ଶ୍ରମମନ୍ତ୍ରୀ କହିଛନ୍ତି, ୨୦୨୩-୨୪ରେ ରାଜ୍ୟ ତଥା ଦେଶ ବାହାରକୁ ଯାଇ ୨୦୭ ଜଣ ଶ୍ରମିକଙ୍କ ମୃ୍ତ୍ୟୁ ହୋଇଛି। ସେମାନଙ୍କୁ ଫେରାଇ ଆଣିବାକୁ ୩୦ ଲକ୍ଷ ୨୯ ହଜାର ଖର୍ଚ୍ଚ କରିଛନ୍ତି ସରକାର। ସର୍ବାଧିକ ବ୍ରହ୍ମପୁରରୁ ୨୭ ଜଣ ଦାଦନ ଖଟିବାକୁ ଯାଇଛନ୍ତି ବୋଲି ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଗୃହରେ ଶ୍ରମ ମନ୍ତ୍ରୀ ଉତ୍ତର ରଖିଛନ୍ତି।