Odisha Link
Bridging the Missing Links in Odisha

ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା, ସାମ୍ନାକୁ ଆସିଲା ହାତଲେଖା ଚିଠି

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ଚର୍ଚ୍ଚିତ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆଜି ସକାଳୁ ସିବିଆଇ ରେଡ କରିଥିବା ଜଣାପଡ଼ିଛି। ସିବିଆଇର ୮ ଜଣିଆ ଟିମ୍‌ ପଚରାଉଚରା କରୁଥିବା ସୂଚନା ରହିଛି। ଏସବୁ ଭିତରେ ଚାକିିରିରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବାବେଳେ ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ଚିଠି ସାମ୍ନାକୁ ଆସିଛି। ମୁଖ୍ୟ ଶାସନ ସଚିବଙ୍କୁ ବିଷ୍ଣୁପଦ ସେଠୀ ଚିଠି ଲେଖିଥିବା ସାମ୍ନାକୁ ଆସିଛି। ଏତଲା ନ ଥାଇ କାହିଁକି ରେଡ୍‌ ବୋଲି ଲେଖାଯାଇଛି। ମାନ ସମ୍ମାନ ହାନି ହୋଇଥିବା ଚିଠିରେ ଲେଖାଯାଇଛି।

ଅନ୍ୟପଟେ, ବିଷ୍ଣୁପଦ ସେଠୀ କହିଛନ୍ତି, ମୋ ନାଁରେ କୌଣସି କେସ ନାହିଁ। ବିନା କାରଣରେ ଆସି ମୋ ଘରେ ରେଡ୍‌ କରୁଛି ସିବିଆଇ। ମୁଁ ୩୦ ବର୍ଷ ଧରି ସ୍ୱଚ୍ଛତାର ସହ କାମ କରିଛି। ଚଞ୍ଚଳ ମୁଖାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। କିନ୍ତୁ ସିବିଆଇ ଟିମ୍‌ ତାଙ୍କୁ ନଧରି ଆମ ଘରେ ଆସି ରେଡ୍‌ କରୁଛନ୍ତି। ବ୍ରିଜ୍ ଆଣ୍ଡ ରୁଫ୍‌ କମ୍ପାନୀ ସହ ଲିଙ୍କ୍‌ ନେଇ ଖୋଳତାଡ଼ କରୁଛି ସିବିଆଇ।

ବିଷ୍ଣୁପଦ ସେଠୀ ଆହୁରି କହିଛନ୍ତି, “ମୁଁ ୩୦ ବର୍ଷ ଧରି ସ୍ୱଚ୍ଛତାର ସହ କାମ କରିଛି। ମୁଁ ଜଣେ ଦଳିତ ବଞ୍ଚିତ ବର୍ଗର ଗୋଟିଏ ଅଫିସର। ଆପଣ ନୂଆପଡ଼ା, ସୋନପୁର ଓ ରାୟଗଡ଼ା ଯାଆନ୍ତୁ ମୋ ନାଁ ଶୁଣିବେ। ମହିମା ଧର୍ମ ପ୍ରଚାର ପ୍ରସାର ବି କରିଛି। ସୋନପୁରରେ ଗାଁ ଗାଁରେ ମୋ ନାଁ ପାଇବେ। ରାୟଗଡ଼ାରେ ୩ ମାସରେ ଆଦିବାସୀମାନଙ୍କୁ ସେମାନଙ୍କ ଜମି ଫେରାଇଛି।

Leave A Reply

Your email address will not be published.