Odisha Link
Bridging the Missing Links in Odisha

ବିଧାନସଭାରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ: ଜାତୀୟ ମାନ୍ୟତା ପାଇଁ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଅଷ୍ଟମ କାର୍ଯ୍ୟ ଦିବସ। ପ୍ରଶ୍ନକାଳ ଆରମ୍ଭ ହୋଇଥିବା ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ସୁରୁଖୁରୁରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଆଶା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଗୃହରେ ବାରବାଟୀ ପ୍ରସଙ୍ଗରେ ସଂସ୍କୃତି ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଜାତୀୟ ମାନ୍ୟତା ଦେବା UNESCOର କାମ। ଏନେଇ ବିଶେଷଜ୍ଞ ଟିମ୍ UNESCO ସହ ଯୋଗାଯୋଗରେ ଅଛନ୍ତି। ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଇଛି।

ବାଲିଯାତ୍ରାରେରେ ମୋଟ ୨ ହଜାର ୪୩୮ ଷ୍ଟଲ ଦିଆଯାଇଥିଲା। ସେଥି ମଧ୍ୟରୁ ୧୧୮୬ ଷ୍ଟଲ ନିଲାମ ଓ ୧୨୫୦ ଷ୍ଟଲ୍ ସ୍ଥିରୀକୃତ ଆଧାରରେ ଆବଣ୍ଟନ କରାଯାଇଥିଲା। ଏଥିରୁ ମୋଟ ୬କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି। ଏ ସବୁ ଜିଲ୍ଲାପାଳଙ୍କ ଜରିଆରେ କରାଯାଇଛି। ବାଲିଯାତ୍ରାରେ ସାଂସ୍କୃତିକ ପ୍ରଚାର ପ୍ରସାର ଦାୟିତ୍ଵ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର। କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋଷଙ୍କ ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ।

Leave A Reply

Your email address will not be published.