Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗୃହ ମଞ୍ଜୁରୀ ଅପେକ୍ଷାରେ ୧୨ ଲକ୍ଷରୁ ଅଧିକ ହିତାଧିକାରୀ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଅଷ୍ଟମ କାର୍ଯ୍ୟ ଦିବସ। ପ୍ରଶ୍ନକାଳ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ଆଲୋଚନା ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପଂଚାୟତରାଜ ମନ୍ତ୍ରୀ ତଥ୍ୟ ଉପସ୍ଥାପନା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୧୨ ଲକ୍ଷରୁ ଅଧିକ ହିତାଧିକାରୀ ଗୃହ ମଞ୍ଜୁର ଅପେକ୍ଷାରେ ଅଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଯୋଗ୍ୟ ହିତାଧିକାରୀମାନେ ଘର ପାଇବେ ବୋଲି ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି। ଅପେକ୍ଷା ତାଲିକାରେ ଥିବା ପରିବାରଙ୍କୁ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟଙ୍କ ଠାରୁ ଲକ୍ଷ୍ୟଧାର୍ଯ୍ୟ ପ୍ରାପ୍ତି ପରେ ଗୃହ ମଞ୍ଜୁର କରାଯିବ।

 

Leave A Reply

Your email address will not be published.