Odisha Link
Bridging the Missing Links in Odisha

୨ ହଜାର ସରକାରୀ ସ୍କୁଲରେ ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ରାଜ୍ୟର ମୋଟ ୨୧୫୮ ଗୋଟି ସରକାରୀ ହାଇସ୍କୁଲ କାମଚଳା ପ୍ରଧାନ ଶିକ୍ଷକଙ୍କ ଦ୍ବାରା ପରିଚାଳିତ ହେଉଛି। ଗତ ନଭେମ୍ବର ୧୧ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ରହିତାଦେଶ ବଳବତ୍ତର ଥିବା ଯୋଗୁ ରାଜ୍ୟରେ ଖାଲି ପଡିଥିବା Senior SES ପ୍ରଧାନ ଶିକ୍ଷକ ପଦବୀ ପୂରଣ କରାଯାଇପାରୁନାହିଁ। ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ଅଣ ତାରକା ପ୍ରଶ୍ନରେ ଗୃହରେ ଉପରୋକ୍ତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ମନ୍ତ୍ରୀ କହିଛନ୍ତି ଯେ, ଉଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ରହିତାଦେଶ ଅପସାରିତ ହେବା ପରେ, ଏହି ଖାଲି ପଡିଥିବା Senior SES ପ୍ରଧାନ ଶିକ୍ଷକ ପଦବୀ ଗୁଡିକୁ ଯଥାଶୀଘ୍ର ପୂରଣ କରାଯିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ରାଜ୍ୟରେ ଥିବା ୯୨ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ OES-II ପ୍ରଧାନ ଶିକ୍ଷକ ପଦବୀ ଖାଲିପଡିଛି। ଏହି ପଦବୀଗୁଡିକ ନିଯୁକ୍ତି ପ୍ରକ୍ରିୟା ଓ ପଦୋନ୍ନତି ମାଧ୍ଯମରେ ପର୍ଯ୍ୟାୟକ୍ରମେ ପୂରଣ କରାଯାଉଅଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.