ଆଉ ଦିନକ ପରେ ଶେଷ ହେବ ମହାକୁମ୍ଭ ମେଳା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଏଲ୍ ବ୍ୟୁରୋ: ପ୍ରୟାଗରାଜରେ ମହାକୁମ୍ଭରେ ଦେଖିବାକୁ ମିଳୁଛି ମହାସମାଗମ। କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ପବିତ୍ର ବୁଡ ଓ ସ୍ନାନ କରି ମହାପୂଣ୍ଣ୍ୟ ଅର୍ଜନ କରୁଛନ୍ତି। ମହାକୁମ୍ଭ ଶେଷ ହେବାକୁ ଆଉ ୨ ଦିନ ବାକି ରହିଛି। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୬୦ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି ବୋଲି ଉତ୍ତରପ୍ରଦେଶ ସରକାର କହିଛନ୍ତି। ୫୫ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ମେଳାରେ ୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଥିବାବେଳେ ୬୦ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି। ତେବେ ଫେବ୍ରୁଆରୀ ୨୬ ତାରିଖରେ ଅନ୍ତିମ ସାହି ସ୍ନାନ ସହ ମହାକୁମ୍ଭ ଉଦଯାପିତ ହେବ। ୟୁପିର ଜନସଂଖ୍ୟା ୨୫ କୋଟି ହୋଇଥିବାବେଳେ ୬୦ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି।
ଶେଷ ହେବାକୁ ଯାଉଛି ମହାକୁମ୍ଭ ତେଣୁ ଶେଷ ସମୟରେ ପ୍ରୟାଗରାଜରେ ପହଁଚୁଛନ୍ତି ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଆଜିଠୁ ୨୬ ତାରିଖ ପର୍ୟ୍ୟନ୍ତ ପୂରା ପ୍ରୟାଗରାଜକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ ସହ କୌଣସି ପ୍ରକାର ଅଘଟ ଯେପରି ନଘଟେ ସେନେଇ ଧ୍ୟାନ ଦିଆଯାଇଛି। ଜିଲ୍ଲାବାହାରୁ ଆସୁଥିବା ଗାଡିକୁ ସୀମତ ରଖାଯାଇଛି। ଭିଡକୁ ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସେପଟେ ଦଳାଚକଟା ଯେପରି ନଘଟେ ସେନେଇ ଘାଟ ଉପରେ କଡ଼ା ନଜର ରଖାଯାଇଛି।