Odisha Link
Bridging the Missing Links in Odisha

ଭୁବନେଶ୍ୱର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଓଏଲ୍‌ ବ୍ୟୁରୋ: ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ସବୁଠୁ ବଡ଼ କଥା ହେଲା ଏହି ଅଦଳବଦଳରେ କଟକ ଓ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଜଗମୋହନ ମୀନା ହେଲେ ଭୁବନେଶ୍ବର ଡିସିପି। ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ କଟକ ଡିସିପି ଥିଲେ।

ଦାୟିତ୍ୱ ଗ୍ରହଣ ଅବସରରେ ସେ କହିଛନ୍ତି, ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ବ ଦିଆଯିବ। ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ। ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ, ସାଇବର ଥାନା ସୁଦୃଢ଼ କରାଯିବ। ନବ ନିଯୁକ୍ତ କନଷ୍ଟେବଳଙ୍କୁ ବ୍ୟବହାର କରି ସିସିଟିଏନଏସ୍‌କୁ ସୁଦୃଢ଼ କରାଯିବ।

ଅନ୍ୟପଟେ, କଟକ ଡିସିପି ହେଲେ ଋଷିକେଶ ଖିଲାରୀ। (DCP) ଡିସିପି ପିନାକ ମିଶ୍ରଙ୍କୁ (STF) ଏସଟିଏଫ୍ ଡିଆଇଜି ଭାବେ ବଦଳି କରାଯାଇଛି। ସେହିପରି ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ମଧ୍ୟ ବଦଳିଛନ୍ତି। ତାଙ୍କ ସ୍ଥାନରେ ଅବକାରୀ କମିଶନର ଥିବା ନରସିଂହ ଭୋଳଙ୍କୁ ଦାୟିତ୍ଵ ଦିଆଯାଇଛି।

Leave A Reply

Your email address will not be published.