ଜୁଲାଇରୁ ଅମରନାଥ ଯାତ୍ରା କରିପାରିବେ ଶ୍ରଦ୍ଧାଳୁ, ସରକାର ଘୋଷଣା କଲେ ତାରିଖ

ଓଏଲ୍ ବ୍ୟୁରୋ: ବାବା ଅମରନାଥ ପୀଠକୁ ଯାତ୍ରା କରିବାକୁ ଚାହୁଁଥିବା ଭକ୍ତଙ୍କ ପାଇଁ ଖୁସି ଖବର। ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି। ମାତା ବୈଷ୍ଣୌଦେବୀ ସାଇନବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା କରିପାରିବେ ଶ୍ରଦ୍ଧାଳୁ। ଏହି ଯାତ୍ରା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଟ୍ରଷ୍ଟ ଓ ସରକାରଙ୍କ ଦ୍ବାରା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା, ରହିବା ଓ ଖାଦ୍ୟ ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କୁହାଯାଇଛି।
ପ୍ରତିବର୍ଷ କେଦାରନାଥ ଯାତ୍ରା ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଗତବର୍ଷ ଏହା ଜୁନ ୨୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ଅର୍ଥାତ ରକ୍ଷାବନ୍ଧନ ପର୍ଯ୍ୟନ୍ତ ଚାଲିଥିଲା। ପହଲଗାମ ମାର୍ଗରୁ ଆରମ୍ଭ ହୋଇ ଶ୍ରଦ୍ଧାଳୁମାନେ ୪୮ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି।