Odisha Link
Bridging the Missing Links in Odisha

ବନ୍ଧା ହେଲେ ପ୍ରଦୀପ ମହାନ୍ତି, ବିପୁଳ ସମ୍ପତ୍ତି ଠାବ କଲା ଭିଜଲାନ୍ସ

ଓଏଲ୍‌ ବ୍ୟୁରୋ: ବନ୍ଧା ହେଲେ କୋଟିପତି ବାବୁ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ STA ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, କଟକ ସମେତ ଏକକାଳୀନ ୯ଟି ସ୍ଥାନରେ ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ। ପୁଳାପୁଳା ଟଙ୍କା ସହ ପ୍ଲଟ, ଫ୍ଲାଟ୍ ଆଉ ବହୁ ପରିମାଣର ସୁନା ଜବତ ହୋଇଥିଲା। ପ୍ରଦୀପ ମହାନ୍ତିଙ୍କର ତିନୋଟି ବହୁ ତଳ କୋଠା, ତିନୋଟି ଫ୍ଲାଟ ଠାବ ହୋଇଛି। ପ୍ରଦୀପଙ୍କ ଘରୁ ପ୍ରାୟ ୧୫ ଲକ୍ଷ ଟଙ୍କା କ୍ୟାସ୍ ଜବତ ହୋଇଛି। ଏଥିରେ ରହିଛି ଦୀର୍ଘ ଦିନରୁ ବନ୍ଦ ହୋଇ ଯାଇଥିବା ୨୦୦୦ ଟଙ୍କିଆ ନୋଟ ବିଡା। ମେସିନ ଆଣି ଟଙ୍କା ଗଣିଛି ଭିଜଲାନ୍ସ। କୁବେର ବାବୁଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ।

ଭୁବନେଶ୍ୱର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ରେ ରହିଛି ୧୧ଟି ପ୍ଲଟ। ସେ ଭୁବନେଶ୍ବରରେ ଏକ ଫୋର ବିଏଚକେ ଫ୍ଲାଟ କିଣିବା ପାଇଁ ସେ ୧ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ। ପୁରୀରେ ରହିଛି ତାଙ୍କର ଦୁଇଟି ବେନାମୀ ଫ୍ଲାଟ। ରଣପୁରରେ ୧୪ ଏକରର ଏକ ଫାର୍ମ ହାଉସ। ୩୦୦ ଗ୍ରାମର ସୁନା ବିସ୍କୁଟ ସହିତ ଦୁଇ କିଲୋ ଏକ ଶହ ଗ୍ରାମ ସୁନା ଓ ନଗଦ ୧୭ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଛି। ଏହା ସହ ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କର ୧୭ ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ୍, ଦୁଇଟି ବେନାମୀ କାର୍ ଠାବ ହୋଇଥିଲା।

Leave A Reply

Your email address will not be published.