Odisha Link
Bridging the Missing Links in Odisha

ପରଲୋକରେ ଅନନ୍ତ ଦାସ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଭୋଗରାଇ ମାଟିର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଅନନ୍ତ ଦାସ। ରବିବାର ସକାଳୁ ଭୁବନେଶ୍ବର ବାସ ଭବନରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

ବାଲେଶ୍ବର ଜିଲ୍ଲାର ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ଥର ବିଧାୟକ ଥିଲେ। ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ୪ଥର ବିଜେଡିରୁ ବିଧାୟକ ହୋଇଥିଲା ଅନନ୍ତ ଦାସ ।ନବୀନ ପଟ୍ଟନାୟକଙ୍କ ସରକାରରେ ସେ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ।

୧୯୪୦ ମସିହା ଅଗଷ୍ଟ ୨୦ ତାରିଖରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ର କୁରୁତିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଏମ୍‌ଏ ଏଲ୍‌ଏଲ୍‌ବି ପଢ଼ି ସାରିବା ପରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସରକାରୀ ଚାକିରିରୁ ଅବସର ନେବା ପରେ ଶ୍ରୀ ଦାସ ଭୋଗରାଇ ବିକାଶ ପରିଷଦ ଗଠନ କରି ଭୋଗରାଇର ବିକାଶ ପାଇଁ କାର୍ଯ୍ୟ କରିଥିଲେ।

ସ୍ବର୍ଗତ ଶ୍ରୀ ଦାସ ତାଙ୍କର ରାଜନୈତିକ ଯାତ୍ରା ଏନ୍‌ସିପି ସହିତ ଆରମ୍ଭ କରିଥିଲେ। ହେଲେ ୨୦୦୪ ନିର୍ବାଚନରେ ବିଜୁ ଜନତା ଦଳର ଟିକେଟରୁ ସେ ନିର୍ବାଚନ ଲଢ଼ିଥିଲେ। ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଭୋଗାରାଇରୁ ଲଗାତାର ୪ଥର ନିର୍ବାଚନ ହୋଇ ବିଧାନସଭାକୁ ଆସିଥିଲେ। ସେ ବିଜେଡି ସରକାର ଅମଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ।

Leave A Reply

Your email address will not be published.