Odisha Link
Bridging the Missing Links in Odisha

ହୋଲି ପୂର୍ବରୁ କଟକଣା ଜାରି: ରାସ୍ତା ଉପରେ ହୋଲି ଖେଳିବା ମନା

ଓଏଲ୍‌ ବ୍ୟୁରୋ: ଆନନ୍ଦ ଓ ଉଲ୍ଲାସର ପର୍ବ ହୋଲି। ହୋଲି ଦିନ ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ହୋଲିରେ ଅଘଟଣ ରୋକିବାକୁ କମିଶନରେଟ୍‌ ପୁଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି। ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ମନା କରାଯାଇଛି। ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସବୁ ଗାଧୁଆ ଘାଟରେ ପୁଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ। ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ଉଠାଇ ନେବ ପିସିଆର। କେବଳ ହର୍ବାଲ ରଙ୍ଗକୁ ଅନୁମତି, କେମିକାଲ୍‌ ରଙ୍ଗ ବାରଣ କରାଯାଇଛି ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.