Odisha Link
Bridging the Missing Links in Odisha

ତାରାଙ୍କ ନିଲମ୍ବନ ନେଇ ବଢୁଛି ବିବାଦ, ଆଜି ବି ଧାରଣାରେ କଂଗ୍ରେସ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ହେଲେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଠାରୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଅଧିକ ଚର୍ଚ୍ଚାରେ ରହିଛି। ପୁଣି ଗୃହକାର୍ଯ୍ୟ ଚଳାଇ ଦେଲେନି ବିରୋଧୀ। ଆଜି ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ ବିଜେଡି ସଦସ୍ୟ। ସେପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ଉପରୁ ନିଲମ୍ବନ ହଟାଇବାକୁ ଦାବି କରିଛି କଂଗ୍ରେସ। ଏଣୁ ପ୍ରଶ୍ନକାଳକୁ ବୟକଟ କରିଛି କଂଗ୍ରେସ। ତାରା ବାହିନୀପତିଙ୍କ ଉପର ନିଲମ୍ବନ ହଟେଇବା ଦାବିରେ କଂଗ୍ରେସ ବିଧାୟକଙ୍କ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ହାତରେ କଳା ପଟି ବାନ୍ଧି କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।

ଆଜି ପ୍ରଶ୍ନକାଳ ଆରମ୍ଭ ହେଉହେଉ ଜଳସେଚନ ଉପରେ ଗୃହରେ ଉତ୍ତର ରଖୁଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ୍ ମହାଲିଙ୍ଗ। କିନ୍ତୁ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ସଦସ୍ୟ ନାରାବାଜି ଆରମ୍ଭ କରି ଦେଇଥିଲେ। ପୋଲାଭରମ ପ୍ରସଙ୍ଗରେ ଗୃହରେ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ କରିଥିଲେ। ପୋଲାଭରମ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବି ପ୍ରସ୍ତାବ ଦେଇଥିଲା ବିଜେଡି। ଯାହାକୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି ଆଲୋଚନା ଦାବିରେ ବିଜେଡି ପ୍ରତିବାଦ କରିଥିଲା। ଶେଷରେ ବାଧ୍ୟ ହୋଇ ବାଚସ୍ପତ୍ତି ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।

Leave A Reply

Your email address will not be published.