Odisha Link
Bridging the Missing Links in Odisha

ପଞ୍ଚଭୂତରେ ବିଲୀନ ହେଲେ ରମାକାନ୍ତ ରଥ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଗଲା ଅନ୍ତିମ ବିଦାୟ

ଓଏଲ୍‌ ବ୍ୟୁରୋ: ଓଡ଼ିଆ ସାହିତ୍ୟର ଯୁଗ ପୁରୁଷ, ବିଶିଷ୍ଟ ସାହିତ୍ୟିକ ତଥା କବି ପଦ୍ମଭୂଷଣ ଡକ୍ଟର ରମାକାନ୍ତ ରଥଙ୍କ ଅନ୍ତିମ ସଂସ୍କାର। ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସ୍ବର୍ଗଦ୍ବାରରେ ରମାକାନ୍ତଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି। ଶେଷକୃତ୍ୟରେ ସାମିଲ ହେଲେ ବହୁ ବିଶିଷ୍ଟ ବ୍ୟକ୍ତି।

ଗତକାଲି ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ସାରା ସାହିତ୍ୟ ଜଗତରେ ଖେଳିଯାଇଛି ଶୋକ। ଓଡ଼ିଆ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି ପ୍ରମୁଖ ବ୍ୟକ୍ତି ବିଶେଷ। କବି ରମାକାନ୍ତ ରଥ କେନ୍ଦ୍ର ସାହିତ୍ୟ ଏକେଡେମୀ ପୁରସ୍କାର, ଶାରଳା ପୁରସ୍କାର, ସାହିତ୍ୟ ଭାରତୀ, ଅତିବଡ଼ି ଜଗନ୍ନାଥ, ବିଷୁବ ପୁରସ୍କାର ସମ୍ମାନ ପାଇଛନ୍ତି।

Leave A Reply

Your email address will not be published.