Odisha Link
Bridging the Missing Links in Odisha

୬ ମାସରେ ୧୮ଟି ଫ୍ଲାଟରୁ ଚୋରି, ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ତିନି ଦିନର ବିରତି ପରେ ଆଜି ପୁଣି ସରଗରମ ହେଇଛି ବିଧାନସଭା। ଆଜି ଗୃହରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ୧୨.୧୫ ପର୍ୟ୍ୟନ୍ତ ଗୃହକୁ ମୁଲତବି ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା।

ପ୍ରଶ୍ନକାଳରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ୬ ମାସରେ ଭୁବନେଶ୍ବରର ୧୮ଟି ଫ୍ଲାଟରୁ ଚୋରି ହୋଇଛି। ୧୮ଟି ଫ୍ଲାଟରୁ ୩୮ ଲକ୍ଷ ୪୪ ହଜାର ଟଙ୍କା ଚୋରି ହୋଇଛି। ୪୦୩ଟି ଆବାସିକ ଘରୁ ୧,୮୨,୭,୯୪୨ ଟଙ୍କା ଚୋରି ହୋଇଛି। ୭୯ ଲକ୍ଷ ୩୫ ହଜାର ଟଙ୍କା ଜବତ ହୋଇଛି।

Leave A Reply

Your email address will not be published.