ରାଜ୍ୟରେ ବଢୁଛି ତାତି, ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ପ୍ରଚଣ୍ଡ ରୌଦ୍ରକୋପରେ ଛଟପଟ ସାରା ଓଡ଼ିଶା। ପଶ୍ଚିମଠାରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ରାଜ୍ୟର ଅଧିକାଂଶ ଅଞ୍ଚଳ ଡହଡହ ଖରାରେ ସିଝୁଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ନେଇ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୫ଟାରେ ଏକ ଜରୁରୀ ବୈଠକ ଡାକିଛନ୍ତି। ଲୋକ ସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ପାଣିପାଗ ବିଶେଷଜ୍ଞ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ।