ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସସୀମା ଘୋଷଣା, ସୂଚନା ଦେଲା ଗଣଶିକ୍ଷା ବିଭାଗ..

ଓଏଲ୍ ବ୍ୟୁରୋ: ସ୍କୁଲ ସ୍ତରରେ ଲାଗୁ ହୋଇଛି ଜାତୀୟ ଶିକ୍ଷାନୀତି-୨୦୨୦। ଏହି ‘ଜାତୀୟ ଶିକ୍ଷାନୀତି’ ୨୦୨୪-୨୫ରୁ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହ ପ୍ରଥମ ଶ୍ରେଣୀରେ ନାମଲେଖା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ କରି ବଡ ସୂଚନା ଦିଆଯାଇଛି। ଟ୍ୱିଟ କରି ଗଣଶିକ୍ଷା ବିଭାଗ ସୂଚନା ଦେଇଛି ଯେ, ବିଭିନ୍ନ ଶିକ୍ଷାବିତ ଓ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ପରେ ଛାତ୍ରଛାତ୍ରୀମାନଙ୍କର ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦ରେ ପ୍ରଥମ ଶ୍ରେଣୀରେ ନାମଲେଖାଇବା ବୟସକୁ ୬ (ଛଅ) ବର୍ଷ କିମ୍ବା ତଦୁର୍ଦ୍ଧ ଧାର୍ଯ୍ୟ କରାଯାଇଅଛି।
ଆମ ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ କୁ ୨୦୨୫ -୨୬ ଶିକ୍ଷାବର୍ଷ ଠାରୁ ପ୍ରଚଳନ ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବୟସସୀମାକୁ ୬ (ଛଅ) ବର୍ଷ କିମ୍ବା ତଦୁର୍ଦ୍ଧ ଧାର୍ଯ୍ୟ କରାଯାଇଅଛି। ଏତଦବ୍ୟତୀତ, ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ଏହି ୬ (ଛଅ) ବର୍ଷ ବୟସ ପୂର୍ତ୍ତି ସମୟସୀମାକୁ ମାର୍ଚ୍ଚ ମାସ ୩୧ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ମାସ ୧ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଅଛି।