Odisha Link
Bridging the Missing Links in Odisha

ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଖାତାଦେଖା, ୧୨ଶହ ଶିକ୍ଷକ ଶିକ୍ଷୟିତ୍ରୀ ଖାତାଦେଖାରେ ସାମିଲ

ଓଏଲ୍‌ ବ୍ୟୁରୋ: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଶେଷ ହୋଇଥିବାବେଳେ ଆଜିଠୁ ଖାତାଦେଖା ଆରମ୍ଭ ହେଉଛି। ମୋଟ ୫୧ଟି କେନ୍ଦ୍ରରେ ଖାତା ଦେଖା ପାଇଁ ବ୍ୟବସ୍ଥା କରାଯାଇଛି। ୧୨ଶହ ଶିକ୍ଷକ ଶିକ୍ଷୟିତ୍ରୀ ଖାତାଦେଖାରେ ସାମିଲ ହେବେ। ଫେବୃଆରୀ ୨୧ ତାରିଖରେ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଚଳିତବର୍ଷ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ।

ମାର୍ଚ୍ଚ ୧୯ରୁ ପାଖାପାଖି ୧୩ ଦିନ ଧରି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ମୂଲ୍ୟାଙ୍କନ ହେବ। ପରୀକ୍ଷା ଖାତା ମୂଲ୍ୟାଙ୍କନ ସରିବା ପରେ ଦଶମ ରେଜଲ୍ଟ ପ୍ରକାଶ ହେବ। ଚଳିତ ବର୍ଷ ପ୍ରଥମ ଥର ପାଇଁ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ରରେ କ୍ୟୁଆର କୋଡର ବ୍ୟବସ୍ଥା କରାଯାଇଥିଲା। ଏହାଛଡା ପରୀକ୍ଷା କେନ୍ଦ୍ରରେ ଯେମିତି ଅନିୟମିତତା ନହେବ ସେଥିପାଇଁ ଫ୍ଲାଇଂ ସ୍କ୍ୱାଡ୍‌, ସେଣ୍ଟ୍ରାଲ ଅବ୍‌ଜରଭର୍‌ ଓ ଜିଲ୍ଲା ସ୍ତରୀୟ ପର୍ୟ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଥିଲା।

Leave A Reply

Your email address will not be published.