ମହାକାଶରୁ ଫେରିଲେ ସୁନୀତା, ସଫଳ ଅବତରଣ ନେଇ ଏମିତି କହିଲା ହ୍ୱାଇଟ ହାଉସ..

ଓଏଲ୍ ବ୍ୟୁରୋ: ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶ୍ବକୁ ମିଳିଛି ବଡ଼ ସଫଳତା। ଅପେକ୍ଷାର ଘଟିଲା ଅନ୍ତ। ୯ ମାସ ପରେ ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ। ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ ହୋଇଛି। ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ଫେରିଛନ୍ତି। ଏକାଧିକ ଚେଷ୍ଟା ପରେ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଓ ଅନ୍ୟ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନିକ୍ ହେଗ୍।
ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ର ତଟରେ ସ୍ପେଶ-ଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି। ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ। ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ କରିଛି ନାସାର ସ୍ପେସକ୍ରାଫ୍ଟ। ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ଫେରିଛନ୍ତି। ସୁନୀତା ୱିଲିୟମ୍ସ ଫେରିବା ପରେ ହ୍ୱାଇଟ ହାଉସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ଆମେ ପ୍ରତିଜ୍ଞା କରିଥିଲୁ, ପ୍ରତିଜ୍ଞା ପାଳନ କଲୁ। ହ୍ୱାଇଟ ହାଉସ ପକ୍ଷରୁ ସୁନୀତା ୱିଲିୟମ୍ସ ଫେରିବା ନେଇ ଏଭଳି ଲେଖାଯାଇଛି।
ସୁନୀତାଙ୍କ ମହାକାଶଯାତ୍ରା..
ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନୀତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା। ସୁନିତା ୨୦୦୬ ଡିସେମ୍ବର ୯ରେ ‘ଡିସ୍ କଭରୀ’ ମହାକାଶ ଯାନରେ ପ୍ରଥମ ଥର ମହାକାଶ ଯାତ୍ରା କରିଥିଲେ। ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ଅନେକ ଦିନ ଧରି ରହିଥିଲେ। ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ।
ପୁଣି ୨୦୧୨ ଜୁଲାଇ ୧୫ରେ ସୁନୀତା କାଜାଖ୍ ସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ। ୫୯ ବର୍ଷିୟା ସୁନୀତା ନ୍ୟୁ ହ୍ୟୁମାନ୍ ରେଟେଡ୍ ମହାକାଶଯାନରେ ପ୍ରଥମ ମହିଳା ଭାବେ ଉଡ଼ି ଇତିହାସ ସୃଷ୍ଟି କରିଛନ୍ତି। ଗତ ୨୦୦୬ ଓ ୨୦୧୨ରେ ସେ ଦୁଇଥର ମହାକାଶକୁ ଯାଇଛନ୍ତି।
୨୦୨୪, ଜୁନ୍ ୫- ମହାକାଶକୁ ଯାତ୍ରା କରିଥିଲେ ସୁନୀତା। ସାଥୀ ମହାକାଶଚାରୀ ବଚ୍ ୱିଲମୋରଙ୍କ ସହ ମହାକାଶ ଯାତ୍ରା କରିଥିଲେ। ମାତ୍ର ୮ ଦିନ ପାଇଁ ଦୁହିଁଙ୍କୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ବା ଆଇଏସଏସକୁ ପଠାଯାଇଥିଲା। ହେଲେ ଯନ୍ତ୍ରୀଙ୍କ ତ୍ରୁଟି କାରଣରୁ ୯ ମାସ ପାଇଁ ରହିଥିଲେ ସୁନୀତା। ୯ ମାସ ପରେ ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ।