Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୯୩ ହଜାର ପଞ୍ଜୀକରଣ, ଗୃହରେ ତଥ୍ୟ ଦେଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ଲୋକଙ୍କ ବଢୁଛି ଆଗ୍ରହ। ଆଜି ବିଧାନସଭାରେ ଲିଖିତ ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ଲୋକଙ୍କ ଆଗ୍ରହ ବଢୁଛି। ବର୍ତମାନ ସୁଦ୍ଧା ୯୩ ହଜାର ୩୬୭ ଜଣ ପଞ୍ଜୀକରଣ କରିଛନ୍ତି। ୨୭୪୦ ହିତାଧିକାରୀ ସୁବିଧା ପାଇଛନ୍ତି। ଏହି ଯୋଜନା ପାଇଁ ରାଜ୍ୟ ସରକାର ୧୦୦ କୋଟି ବ୍ୟୟ ବରାଦ କରାଯାଇଛି।

ବର୍ତମାନ ସୁଦ୍ଧା ଏହି ଯୋଜନା ପାଇଁ ୯୩ ହଜାର ୩୬୭ ଜଣ ପଞ୍ଜୀକରଣ କରିଛନ୍ତି। ଭଦ୍ରକରେ ସର୍ବାଧିକ ୧୭,୧୬୭ ଜଣ ପଞ୍ଜୀକରଣ କରିଥିବା ବେଳେ ଗଞ୍ଜାମରେ ୧୪ ହଜାର ୧୮୯ ଜଣ ପଞ୍ଜୀକରଣ କରିଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.