Odisha Link
Bridging the Missing Links in Odisha

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ହରିଶ ଟଣ୍ଡନ

ଓଏଲ୍‌ ବ୍ୟୁରୋ: ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି। ନୂଆ ମୁଖ୍ୟ ବିଚାରପତି ହାଇକୋର୍ଟ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶପଥ ଗ୍ରହଣ କରିଛନ୍ତି। ଜଷ୍ଟିସ ଟଣ୍ଡନଙ୍କୁ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି ଶପଥ ପାଠ କରାଇଛନ୍ତି।

ଜଷ୍ଟିସ ଟଣ୍ଡନଙ୍କୁ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ କରାଯାଇଥିବାବେଳେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିଲେ। ଜଷ୍ଟିସ୍‌ ଟଣ୍ଡନ ୨୦୧୦ ଏପ୍ରିଲ ୧୩ରେ କଲିକତା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇ ସେବେଠୁ ଏହି ଦାୟିତ୍ୱ ସମ୍ପାଦନ କରିଆସୁଛନ୍ତି। ସର୍ବଭାରତୀୟ ସ୍ତରରେ ବରିଷ୍ଠତା ଭିତ୍ତିରେ ହାଇକୋର୍ଟ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ୍‌ ଟଣ୍ଡନ ସପ୍ତମ ସ୍ଥାନରେ ରହିଛନ୍ତି। ବିଚାରପତି ଭାବେ ନ୍ୟାୟ ପ୍ରଦାନରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ସେ ହାଇକୋର୍ଟ ମୁଖ୍ୟ ବିଚାରପତି ହେବା ପାଇଁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ କଲେଜିୟମ୍‌ ପକ୍ଷରୁ ଅପ୍‌ଲୋଡ୍‌ କରାଯାଇଥିବା ଏକ ବିବୃତିରେ କୁହାଯାଇଥିବାବେଳେ ବର୍ତ୍ତମାନ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.