Odisha Link
Bridging the Missing Links in Odisha

ବିଧାନସଭା ଘେରିବ କଂଗ୍ରେସ, ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ

ଓଏଲ୍‌ ବ୍ୟୁରୋ: ବିଧାନସଭା ଘେରିବ କଂଗ୍ରେସ। ଏଥିପାଇଁ ଭୁବନେଶ୍ବର ରାମମନ୍ଦିର ଛକରୁ କଂଗ୍ରେସ ନେତା ଓ କର୍ମୀ ପଦଯାତ୍ରା ଆରମ୍ଭ କରିଛନ୍ତି। ଏଥିପାଇଁ କମିଶନରେଟ୍ ପୁଲିସର ଚିନ୍ତା ବଢ଼ିଯାଇଛି। କେମିତି ସେମାନଙ୍କୁ ରୋକିବ ତାକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

ତେବେ AG ଛକ, ଲୋକସେବା ଭବନ ଗେଟ୍, ବିଧାନସଭାର ୪ଟି ଗେଟ୍, ରବୀନ୍ଦ୍ର ମଣ୍ଡପ ଛକ, ଆଇ ଆଣ୍ଡ ପି.ଆର୍. ଛକ, ଲୋୟର ପିଏମଜି, ମାଷ୍ଟର କ୍ୟାଣ୍ଟିନରେ ପୋଲିସ ମୁତୟନ ହେବେ। ଲୁହବୁହା ଗ୍ୟାସ, ପାଣି ମାଡ଼ କରିବା ପାଇଁ ଅଗ୍ନିଶମର ୨ଟି ଗାଡ଼ି ମଧ୍ୟ ପିଏମ୍ ଜି ଛକରେ ରହିଛି।

Leave A Reply

Your email address will not be published.