ବିରୋଧୀଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି, କହିଲେ..

ଓଏଲ୍ ବ୍ୟୁରୋ: ରାଜ୍ୟ ରାଜିନୀତିରେ ଚହଳ ପକାଇଛି କଂଗ୍ରେସର ଆନ୍ଦୋଳନ। ଯାହାକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସାମ୍ବାଦିକ ସମ୍ମିଳନୀ କରି ମନମୋହନ ସାମଲ କହିଛନ୍ତି। କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ। ସେମାନେ ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି। ବିରୋଧୀଙ୍କ ଆଚରଣ, ଉଚ୍ଚାରଣ ଠିକ୍ ନୁହେଁ। ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ ବୋଲି କହିଛନ୍ତି।
ଅନ୍ୟପଟେ, କଂଗ୍ରେସର ଆନ୍ଦୋଳନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ବିଧାନସଭା ଆଗରେ ହାଇ ସିକ୍ୟୁରିଟି। ସମସ୍ତ ଗେଟ୍ ବନ୍ଦ କରାଯିବା ସହ ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି ପୋଲିସ୍ ଅଧିକାରୀ। ସବୁ ଗେଟ୍ ଆଗରେ ପୋଲିସ ଛାଉଣୀ। ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।