ଲୋୟର ପିଏମ୍ଜିରେ କଂଗ୍ରେସର ପ୍ରତିବାଦ, ଟିୟର ଗ୍ୟାସ୍ ଛାଡିଲା ପୁଲିସ

ଓଏଲ୍ ବ୍ୟୁରୋ: ବିଧାନସଭା ବାହାରେ କରାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ମଧ୍ୟକୁ ପ୍ରବେଶ ଉଦ୍ୟମ ଚଳାଇଛି କଂଗ୍ରେସ। କଂଗ୍ରେସର ରଣହୁଙ୍କାରରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ପାଣି ମାଡ ପରେ ଟିୟର ଗ୍ୟାସ୍ ଛାଡିଲା ପୁଲିସ। କଂଗ୍ରେସ କର୍ମୀଙ୍କୁ ଘଉଡାଇବା ପାଇଁ ଟିୟର ଗ୍ୟାସ୍ ଛାଡିଲା ପୁଲିସ। ଏକପ୍ରକାରର ରଣକ୍ଷେତ୍ର ପାଲଟିଛି ଲୋୟର ପିଏମ୍ଜି। ଅପ୍ରୀତିକର ପରିସ୍ଥିତି ଉପୁଜିଛି ପୁଲିସ୍ ଏବଂ କଂଗ୍ରେସ ଆନ୍ଦୋନଳକାରୀଙ୍କ ମଧ୍ୟରେ। ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ନାରାବାଜୀ କରି କଂଗ୍ରେସ ନିଜର ପ୍ରତିବାଦ ଜାରି ରଖିଛି। ପୁଲିସ ଉପରକୁ କଂଗ୍ରେସ କର୍ମୀ ଟେକା ପଥର ମାଡ଼ କରିବା ସହ ଚେୟାର ଓ ବୋତଲ ଫୋପାଡିଥିଲେ। ଫଳରେ ବାଧ୍ୟ ହୋଇ ପୋଲିସ ଲାଠିଚାର୍ଜ କରିଥିଲା। ସ୍ଥିତି ଅଣାୟତ୍ତ ହେବାରୁ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପୁଲିସ ପ୍ରଥମେ ପାଣିମାଡ଼ କରିଥିଲା ଓ ପରେ ଲୁହବୁହା ଗ୍ରାସର ପ୍ରୟୋଗ କରିଥିଲା।