ନବୀନଙ୍କୁ ଭେଟିଲେ ମୁନା ଖାନ୍, ସସ୍ମିତ ପାତ୍ରଙ୍କ ଭୂମିକାକୁ ନେଇ ଦେଲେ ଫେରାଦ

ଓଏଲ୍ ବ୍ୟୁରୋ: ରାଜ୍ୟ ରାଜିନୀତିରେ ଚହଳ ପକାଇଛି ସସ୍ମିତଙ୍କ ସମର୍ଥନ। ସଂସଦରେ ଗୁରୁବାର ରାତିରେ ୱାକଫ୍ ବିଲ୍ ଗୃହୀତ ହେଲା ପରେ ଶୁକ୍ରବାର ଦିନ ବିଜୁ ଜନତା ଦଳ (ବିଜେଡି)ରେ କମ୍ପନ ସୃଷ୍ଟି ହୋଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥା ‘ଏଏନ୍ଆଇ’କୁ ପ୍ରତିକ୍ରିୟା ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେ ବିଲକୁ ସମର୍ଥନ କରିଛନ୍ତି। ଓ୍ୱାକଫ୍ ବିଲ୍ ସପକ୍ଷରେ ଭୋଟ ଦେଇ ବିବାଦରେ ଥିବା ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।
ଅନ୍ୟପଟେ, ବିମାନବନ୍ଦରରୁ ବାହାରି ସିଧା ନବୀନ ନିବାସ ନିବାସରେ ପହଞ୍ଚିଲେ କ୍ଷୁବ୍ଧ ସାଂସଦ ମୁନା ଖାନ୍। ବିମାନବନ୍ଦରରେ ରୋଷ ଝାଡ଼ିବା ପରେ ନବୀନ ନିବାସ ଗଲେ। ସସ୍ମିତ ପାତ୍ରଙ୍କ ଭୂମିକାକୁ ନେଇ ଫେରାଦ ସଂଖ୍ୟାଲଘୁ ଭାଇମାନେ ସମସ୍ତେ ମିଶି ଫେରାଦ ହୋଇଥିବା କହିଛନ୍ତି। ନବୀନ ବାବୁ ଆମ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ଖୁବଶୀଘ୍ର ବୁଝିବେ ବୋଲି। ସସ୍ମିତ ପାତ୍ରଙ୍କୁ ସସ୍ପେଣ୍ଡ ପାଇଁ ସମସ୍ତେ ଦାବି କରିଛନ୍ତି। ମୁଁ ମୋ ଡ୍ୟୁଟି ଠିକ୍ ଭାବେ କରିଛି ବୋଲି କହିଛନ୍ତି।
ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ସାଂସଦ ମୁନା ଖାନ୍। ସେ କହିଛନ୍ତି, ଦଳରେ ଦୋମୁହାଁ ନୀତି ଚଳିବ ନାହିଁ। ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ, ଦୋମୁହାଁ ନୀତି ଚଳିବନି। ସଂସଦୀୟ ବୋର୍ଡ ବୈଠକରେ ବିଲ୍କୁ ବିରୋଧ ନିଷ୍ପତ୍ତି ହୋଇଥିଲା। ବିଲ୍ ବିରୋଧରେ ଭୋଟ୍ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ। ସସ୍ମିତ କାହିଁକି ଟ୍ବିଟ୍ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି ବୋଲି ସାଂସଦ ମୁନା ଖାନ୍ କହିଛନ୍ତି।