ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରସଙ୍ଗ: ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା ପେଟ୍ରୋଲିୟମ ମନ୍ତ୍ରାଳୟ..

ଓଏଲ୍ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ପେଟ୍ରୋଲ ଓ ଡିଜେଲ୍ ଦାମ୍ ବଢିବା ନେଇ ଚର୍ଚ୍ଚା ହେଉଥିଲା। ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇପାରେ ବୃଦ୍ଧି ସମ୍ଭାବନା ଥିବା। ତେବେ ଅନେକ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ୍ ଦର ସ୍ଥିର ରହିଥିଲା। ହେଲେ ପୁଣି ଏବେ ଦର ବଢିବାକୁ ଯାଉଥିବାରୁ ସାଧାରଣ ଜନତା ଚିନ୍ତାରେ ପଡିଥିବାବେଳେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି ପେଟ୍ରୋଲିୟମ ମନ୍ତ୍ରାଳୟ।
ଏକ୍ସାଇଜ ଡ୍ୟୁଟି ୨ ଟଙ୍କା ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିବା ପରେ ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହୋଇପାରେ ବୋଲି କୁହାଯାଉଥିବାବେଳେ ଦର ବର୍ତ୍ତମାନ ପରିବର୍ତ୍ତନ ହେବ ନାହିଁ ବୋଲି ପେଟ୍ରୋଲିୟମ ମନ୍ତ୍ରାଳୟ ସୂଚନା ଦେଇଛି।