ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍ ଦର

ଓଏଲ୍ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ବଢିଲା ରନ୍ଧନ ଗ୍ୟାସ୍ ଦର। ଦେଶରେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି। ସରକାର ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୫୦ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି। ଯାହାଫଳରେ ଏଲ୍ପିଜି ସିଲିଣ୍ଡର ଦାମ୍ ୮୦୩ରୁ ବୃଦ୍ଧି ପାଇ ୮୫୩ ଟଙ୍କା ହୋଇଛି। ସେହିପରି ଉଜ୍ଜ୍ୱଳା ଯୋଜନା ଅଧିନରେ ମିଳିଥିବା ଏଲ୍ପିଜି ସିଲିଣ୍ଡର ଦାମ୍ ୫୦୩ରୁ ବୃଦ୍ଧି ପାଇ ୫୩୩ ଟଙ୍କା ହୋଇଛି। ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି ।