ଅପହରଣର ୩ ଦିନ ପରେ ମିଳିଲା ପୁଅ, ଭାବବିହ୍ବଳ ହୋଇ ମା’ କହିଲେ..

ଓଏଲ୍ ବ୍ୟୁରୋ: ବାଲେଶ୍ବରରୁ ମିଳିଲା ଅପହୃତ ଶିଶୁ ପୁତ୍ର। ଚୋରି ହୋଇଯାଇଥିବା ଛୁଆକୁ ଫେରିପାଇଲେ ଦୃଷ୍ଟିବାଧିତ ମା’। କୁନି ପୁଅକୁ କୋଳରେ ପାଇବା ପରେ ଖୁସିରେ ଆତ୍ମହରା ହୋଇଛି ମା’। ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିଲା। ଭୁବନେଶ୍ବର ରାମମନ୍ଦିର ସାମ୍ନାରୁ ଶିଶୁପୁତ୍ର ଅପହୃତ ହୋଇଥିଲା। ଜଣେ ଦୃଷ୍ଟି ବାଧିତ ମାଆଙ୍କ କୋଳରୁ ଉଠାଇ ନେଇଥିଲା ଅପହର୍ତ୍ତା। ଘଟଣାର ସିସିଟିଭି ଚିତ୍ର ଆଜି ସାମ୍ନାକୁ ଆସିଥିଲା। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିଲା ପୁଲିସ।
ଶେଷରେ ଅପହରଣର ୩ ଦିନ ପରେ ବାଲେଶ୍ବରରୁ ଶିଶୁ ପୁତ୍ରକୁ ଉଦ୍ଧାର କରି ଅପହରଣକାରୀକୁ ଗିରଫ କରିଛି ପୁଲିସ। ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା। ଖନ୍ତାପଡ଼ାରୁ ଶିଶୁକୁ ଉଦ୍ଧାର କରିଛି କମିଶନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍।
ଚୋରି ହୋଇଯାଇଥିବା ଛୁଆକୁ ଫେରିପାଇଲେ ଦୃଷ୍ଟିବାଧିତ ମା’। କୁନି ପୁଅକୁ କୋଳରେ ପାଇବା ପରେ ଖୁସିରେ ଆତ୍ମହରା ହୋଇଛି ମା’। ପୁଅ କୋଳକୁ ଫେରିବା ପରେ ପ୍ରତିକ୍ରିୟା ଦେଇ ମା’ କହିଛନ୍ତି, ଖବର ପ୍ରକାଶ କରିଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ। ୩ ଦିନ ପରେ ଛୁଆକୁ ପାଇ ବହୁତ ଖୁସି। ମୋ ଛୁଆକୁ ପାଇବି ବୋଲି କେବେ ଆଶା ରଖିନଥିଲି। ମୋ ପୁଅ ମୋତେ ଦେଖୁ ଦେଖୁ କାନ୍ଦି ପକାଇଲା। ମୋ ଛୁଆକୁ ଯିଏ ଚୋରି କରିଥିଲା ତାଙ୍କୁ ଉଚିତ ଦଣ୍ଡ ମିଳୁ।