ଭୂମିକମ୍ପରେ ବିଧ୍ୱସ୍ତ ହୋଇଛି ମିଆଁମାରର ଭିତ୍ତିଭୂମି, ସହାୟତାର ହାତ ବଢ଼ାଇଲା ଭାରତ

ଓଏଲ୍ ବ୍ୟୁରୋ: ମିଆଁମାରରେ ଘଟିଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୩ ହଜାର ଟପିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪ହଜାର ୬୭୧ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୨୧୪ଜଣ ଏବେ ବି ନିଖୋଜ ରହିଛନ୍ତି। ୫,୨୦୦ ଘର, ୧୮୦୦ ସ୍କୁଲ, ୮,୯୦୦ ମନ୍ଦିର ମାଟିରେ ମିଶିଛି। ମିଆଁମାର ଭୂକମ୍ପରେ ୧୭୭ ହସ୍ପିଟାଲ, ୧୬୯ ବ୍ରିଜ, ୧୯୮ ଡ୍ୟାମ ନଷ୍ଟ ହୋଇଛି ବୋଲି ସୂଚନା ମିଳିଛି। ଭୂମିକମ୍ପ ବିଧ୍ୱସ୍ତ ମିଆଁମାରରେ ଭିତ୍ତିଭୂମି ସଜାଡ଼ିବା ପାଇଁ ସହାୟତାର ହାତ ବଢ଼ାଇଛି ଭାରତ। ଭାରତୀୟ ଇଂଜିନିୟରମାନେ ସେଠାରେ କାମ ଆରମ୍ଭ କରିଛନ୍ତି। ଧ୍ବଂସସ୍ତୂପ ତଳେ ସହସ୍ରାଧିକ ଲୋକ ପୋତି ହୋଇପଡିଥିବାରୁ ଆଗାମୀ ଦିନରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।