ଇ-କେୱାଇସି କରିନାହାନ୍ତି ୨୫ଲକ୍ଷ ରାସନ୍କାର୍ଡ ହିତାଧିକାରୀ, ୨୪ରୁ ମିଳିବ ନୂଆ କାର୍ଡ

ଓଏଲ୍ ବ୍ୟୁରୋ: ନୂଆ ରାସନ କାର୍ଡ ବଣ୍ଟନ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ହେବ ରାସନ କାର୍ଡ। ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ। ପଞ୍ଚାୟତିରାଜ ଦିବସ ଅବସରରେ ପୁରୀରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟାୟ କ୍ରମେ ୫ଲକ୍ଷ ୯୦ ହଜାରଙ୍କୁ ମିଳିବ କାର୍ଡ। ବିଡିଓ, ମ୍ୟୁନିସିପାଲ୍ କମିସନର ଇସ୍ୟୁ କରିବେ କାର୍ଡ। ବ୍ଲକ ଓ ୟୁଏଲବି ଅଧିକାରୀ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିବେ।
ଅନ୍ୟପଟେ, ଇକେଓ୍ୱାଇସି କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ସହ ଅଯୋଗ୍ୟଙ୍କୁ ବାଦ ଦିଆଯିବା ପ୍ରକ୍ରିୟା ଜାରି ରହିଛି। ଏବେ ଯାଏ ୨୫ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ତେବେ ଏହାରି ଭିତରେ ନୂଆ ରାସନ କାର୍ଡ ବଣ୍ଟନ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି। ପଞ୍ଚାୟତିରାଜ ଦିବସ ଅବସରରେ ପୁରୀରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ।