Odisha Link
Bridging the Missing Links in Odisha

ଜମ୍ମୁ କଶ୍ମୀର ଆତଙ୍କୀ ଆକ୍ରମଣ: ଜଣେ ମୃତ, ୧୨ ଆହତ; ଶ୍ରୀନଗର ଗଲେ ଗୃହମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଜମ୍ମୁ କଶ୍ମୀର ପହଲଗାମ ନିକଟରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ। ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ସୂଚନା ରହିଛି। ଏଥିରେ ଦୁଇ ଜଣ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଆହତଙ୍କ ମଧ୍ୟରେ ତିନି ଜଣ ସ୍ଥାନୀୟ ନାଗରିକ ଅଛନ୍ତି। ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରୁ ଶ୍ରୀନଗର ଗସ୍ତ କରିଛନ୍ତି।

ଗୁଇନ୍ଦା ଏଜେନ୍ସି ଅନୁଯାୟୀ, ଏହି ଆକ୍ରମଣରେ ଟିଆରଏଫର ଆତଙ୍କୀ ତଞ୍ଜୀମର ହାତ ଥାଇପାରେ। ଆକ୍ରମଣ ସମୟରେ ଦୁଇରୁ ତିନି ଆକ୍ରମଣକାରୀ ପୁଲିସ/ ଜବାନ ୟୁନିଫର୍ମରେ ଥିଲେ। ଏହି ଆକ୍ରମଣ ପରେ ଅଞ୍ଚଳରେ ସୁରକ୍ଷାବଳ ଜୋରଦାର ସର୍ଚ୍ଚ ଅପରେସନ ଚଳାଇବା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସିଆରପିଏଫର ଅତିରିକ୍ତ କ୍ଵିକ୍ ରିଆକ୍ସନ ଟିମକୁ ଘଟଣାସ୍ଥଳକୁ ପଠା ଯାଇଛି। ଏହି ସବୁ ମଧ୍ୟରେ ଟିଆରଏଫ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଲସ୍କର ଏ ତୋଇବା ସହ ଜଡ଼ିତ ରହିଥିବା ଏକ ଆତଙ୍କୀ ସଂଗଠନ।

Leave A Reply

Your email address will not be published.