ପହଲଗାମ୍ରେ ଗୃହମନ୍ତ୍ରୀ ଅମିତ ଶାହ, ମୃତ ପର୍ଯ୍ୟଟକଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଓଏଲ୍ ବ୍ୟୁରୋ: ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ପରେ ଘଟଣାସ୍ଥଳରେ ହୃଦୟ ବିଦାରକ ସ୍ଥିତି ଦେଖିବାକୁ ମିଳିଥିଲା। ୨୬ଜଣଙ୍କ ମୃତ୍ୟୁ ପରେ ମୃତ ପର୍ଯ୍ୟଟକଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ପହଲଗାମରେ ଆକ୍ରମଣ ପରେ ସାହାଯ୍ୟ ପାଇଁ ଅନେକ ମହିଳାଙ୍କ ବୁକୁଫଟା ଚିତ୍କାର ଶୁଣିବାକୁ ମିଳିଥିଲା। ମହିଳା ମାନଙ୍କ ବିକଳ କାନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡିଓ ଯିଏ କିଏ ବି ଶୁଣୁଛି ଛାତି ଥରି ଉଠୁଛି। ଭିଡିଓରେ ଜଣେ ମହିଳା କହୁଛନ୍ତି ଆମେ ପୁରୀ ଖାଇବା ସମୟରେ ହଠାତ ଜଣେ ଆତଙ୍କୀ ଆସି ମୋ ସ୍ବାମୀଙ୍କ ଉପରେ ଗୁଳି ଚଳାଇଥିଲେ।
ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭୂମିରେ ପଡିଥିଲେ ତାଙ୍କ ପାଖରେ ବସିଥିଲେ ତାଙ୍କ ସ୍ତ୍ରୀ, ସେହି ଫୋଟେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମନରେ ମାତ୍ର ଗୋଟିଏ ପ୍ରଶ୍ନ ଉଠୁଛି କଣ ସତରେ ଭୁଲ ଥିଲା ଏହି ନୀରିହ ମାନଙ୍କର ? ଯାହା ପାଇଁ ଆଜି ତାଙ୍କୁ ଏମିତି ଅବସ୍ଥା ଭୋଗିବାକୁ ପଡିଛି , ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଏଭଳି ବର୍ବରତାର ସହ ଗୁଳିମାଡ଼ ଘଟଣା କଶ୍ମୀରରେ ପ୍ରଥମଥର ବୋଲି ଜଣାପଡିଛି।
ଅନ୍ୟପଟେ, ସାଉଦି ଆରବ ଗସ୍ତ ଅଧାରୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି ମୋଦି। ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ ପିଏମ୍ ମୋଦି। ଆସନ୍ତାକାଲି ଫେରିବାର ଥିଲା। କିନ୍ତୁ ଆତଙ୍କବାଦୀ ଆକ୍ରମଣ ପରେ ଗସ୍ତ କାଣ୍ଟଛାଣ୍ଟ କରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ। ଆତଙ୍କୀ ହମ୍ଲା ନେଇ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦିଲ୍ଲୀ ପାଲମ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ବୈଠକ କରିଛନ୍ତି। ବୈଠକରେ ଏନ୍ଏସ୍ଏ ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ସାମିଲ ହୋଇଛନ୍ତି।