ପହଲଗାମରେ ଆତଙ୍କୀ ଆକ୍ରମଣ: ମୃତ ଓଡ଼ିଆ ପର୍ଯ୍ୟଟକଙ୍କ ପରିବାର ବର୍ଗଙ୍କୁ ଭେଟିଲେ ସାଂସଦ

ଓଏଲ୍ ବ୍ୟୁରୋ: ସାରା ଭାରତକୁ ସ୍ତବ୍ଧ କରିଛି ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା। ଆତଙ୍କବାଦୀ ଆକ୍ରମଣରେ ଅନେକ ବ୍ୟକ୍ତି ପ୍ରାଣ ହରାଇ ଥିବା ବେଳେ ସେଥିରେ ଜଣେ ଓଡ଼ିଆ ଅଛନ୍ତି। ଜମ୍ମୁ କଶ୍ମୀର ପେହଲଗାମରେ ଆତଙ୍କବାଦୀ ଆକ୍ରମଣରେ ଅକାଳ ନିଧନ ହୋଇଥିବା ନାଗରିକ ମାନଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଆକ୍ରମଣରେ ନିଧନ ଓଡ଼ିଶାର ପ୍ରଶାନ୍ତ କୁମାର ଶତପଥିଙ୍କ ପରିବାର ବର୍ଗଙ୍କ ସହ ସାକ୍ଷାତ କରି ସମବେଦନା ଜ୍ଞାପନ କରିବା ସହ ଦୁଃଖରେ ହେଲେ ସାମିଲ।
ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର। ୩ ଆତଙ୍କବାଦୀଙ୍କ ସ୍କେଚ୍ ଜାରି ହୋଇଛି। ଅସିଫ୍ ଫୌଜି, ସୁଲେମାନ ଶା ଏବଂ ଅବୁତଲ୍ଲାର ସ୍କେଚ୍ ଜାରି। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ପାଲିଟି ଯାଇଛି। ଆତଙ୍କୀ ହମ୍ଲା ପରେ ସରକାର ଏବଂ ସୁରକ୍ଷା ଏଜେନ୍ସି ଆକ୍ସନ ମୋଡ଼ରେ ଅଛନ୍ତି। ତେବେ ସୁରକ୍ଷା ସଂସ୍ଥା ଆତଙ୍କବାଦୀଙ୍କ ୩ଟି ସ୍କେଚ୍ ଜାରି କରିଛି।