ଭୟ ବଢ଼ାଇଛି ଆତଙ୍କବାଦୀଙ୍କ ଆକ୍ରମଣ, ଶ୍ରୀନଗର ଛାଡ଼ୁଛନ୍ତି ହଜାର ହଜାର ଲୋକ

ଓଏଲ୍ ବ୍ୟୁରୋ: ସାରା ଭାରତକୁ ସ୍ତବ୍ଧ କରିଛି ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା। ଆତଙ୍କବାଦୀ ଆକ୍ରମଣରେ ଅନେକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏଯାଏଁ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସୁଛି। ଜମ୍ମୁ କଶ୍ମୀରରେ ଭୟାକୂଳ ପରିାବେଶ ମଧ୍ୟରେ ଜମ୍ମୁ-କଶ୍ମୀର ଛାଡ଼ି ପଳାଇ ଯାଉଛନ୍ତି ହଜାର ହଜାର ଲୋକ। ଗତ ୬ ଘଣ୍ଟା ମଧ୍ୟରେ ଶ୍ରୀନଗର ଛାଡ଼ି ୩,୩୩୭ ଜଣ ଲୋକ ଯାଇ ସାରିଲେଣି ବୋଲି ସୂଚନା ରହିଛି।