ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ଚେତାବନୀ; କହିଲେ..

ଓଏଲ୍ ବ୍ୟୁରୋ: ଆଜି ପଞ୍ଚାୟତିରାଜ ଦିବସ। ଏହି ଅବସରରେ ଓମ୍ ଶାନ୍ତିରୁ ପ୍ରଧାନମନ୍ତ୍ରୀ ସମ୍ବୋଧନ ଆରମ୍ଭ କରିଛନ୍ତି।ପହଲଗାମ ଆତଙ୍କୀ ହମ୍ଲାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କଡା ଚେତାବନୀ ଦେଇ କହିଛନ୍ତି, କଳ୍ପନାଠୁ ବଡ଼ ଦଣ୍ଡ ଦିଆଯିବ। ୧୪୦ କୋଟି ଭାରତୀୟ ଆଶା ଓ ଆକାଂକ୍ଷାକୁ ପୂରଣ କରାଯିବ। ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ଧ୍ବଂସ କରାଯିବ। ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିବ।