Odisha Link
Bridging the Missing Links in Odisha

ଭାରତୀୟଙ୍କୁ ୪୮ ଘଣ୍ଟା ସମୟ, ପାକିସ୍ତାନ ବନ୍ଦ କଲା ଆକାଶମାର୍ଗ

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସବୁ ଭାରତୀୟଙ୍କ ଭିସା ରଦ୍ଦ କରିଛି ପାକିସ୍ତାନ। ମାତ୍ର ୪୮ ଘଣ୍ଟା ମଧ୍ଯରେ ଭାରତୀୟଙ୍କୁ ପାକିସ୍ତାନ ଛାଡିବା ନିର୍ଦ୍ଦେଶ ଦେଇଛି ପାକ୍। ତାହାସହ ପାକିସ୍ତାନ ଆକାଶମାର୍ଗ ଦେଇ ଭାରତୀୟ ବିମାନ ମଧ୍ଯ ଯାଇପାରିବ ନାହିଁ ବୋଲି ଜଣା ପଡିଛି । ପାକିସ୍ତାନ NSC ବୈଠକରୁ ଏହା ଜଣାଯାଇଛି। ଫଳରେ ସେପଟେ ଭାରତ ସରକାର ମଧ୍ଯ ୭୨ ଘଣ୍ଟା ମଧ୍ଯରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ପାକିସ୍ତାନୀଙ୍କ ମେଡିକାଲ ଭିସାକୁ ମଧ୍ଯ ରଦ୍ଦ କରି ଦେଇଛନ୍ତି ଭାରତ ସରକାର।

 ଭାରତ ସରକାର ଏହି ଆତଙ୍କବାଦୀ ହମ୍‌ଲାକୁ ନେଇ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ୧୯୬୦ ମସିହାରେ ସ୍ଥିରୀକୃତ ସିନ୍ଧୁ ଜଳ ଚୁକ୍ତିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏହା ପାକିସ୍ତାନର କୃଷି ଓ ଜଳ ଆବଶ୍ୟକତା ଉପରେ ଗଭୀର ପ୍ରଭାବ ପକାଇପାରେ, କାରଣ ସେମାନେ ସିନ୍ଧୁ ନଦୀ ଉପରେ ଅଧିକ ନିର୍ଭରଶୀଳ । ଏହା ସହିତ ଅଟାରୀ-ୱାଘା ସୀମାନ୍ତ ମଧ୍ୟ ବନ୍ଦ କରାଯାଇଛି ଏବଂ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ୪୮ ଘଣ୍ଟା ସମୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.