Odisha Link
Bridging the Missing Links in Odisha

ରିଟ୍ରିଟ୍ ସମାରୋହ ପାଳନରେ କଟକଣା: କରମର୍ଦ୍ଦନ ମନା, ବନ୍ଦ ରହିବ ଗେଟ୍

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଅଟାରୀ ରିଟ୍ରିଟ୍ ସମାରୋହ ପାଳନରେ କଟକଣା ଜାରି ହୋଇଛି। କଟକଣା ନେଇ ପଞ୍ଜାବ BSF ଫ୍ରଣ୍ଟିଅର ପକ୍ଷରୁ ଟ୍ବିଟ୍ କରାଯାଇଛି। ପ୍ରତିପକ୍ଷ ଗାର୍ଡ କମାଣ୍ଡରଙ୍କ ସହ କରମର୍ଦ୍ଦନ ମନା। ସମାରୋହ ବେଳେ ଗେଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ।

ଅନ୍ୟପଟେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସବୁ ଭାରତୀୟଙ୍କ ଭିସା ରଦ୍ଦ କରିଛି ପାକିସ୍ତାନ। ମାତ୍ର ୪୮ ଘଣ୍ଟା ମଧ୍ଯରେ ଭାରତୀୟଙ୍କୁ ପାକିସ୍ତାନ ଛାଡିବା ନିର୍ଦ୍ଦେଶ ଦେଇଛି ପାକ୍। ତାହାସହ ପାକିସ୍ତାନ ଆକାଶମାର୍ଗ ଦେଇ ଭାରତୀୟ ବିମାନ ମଧ୍ଯ ଯାଇପାରିବ ନାହିଁ ବୋଲି ଜଣା ପଡିଛି ।

ପାକିସ୍ତାନ NSC ବୈଠକରୁ ଏହା ଜଣାଯାଇଛି। ଫଳରେ ସେପଟେ ଭାରତ ସରକାର ମଧ୍ଯ ୭୨ ଘଣ୍ଟା ମଧ୍ଯରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ପାକିସ୍ତାନୀଙ୍କ ମେଡିକାଲ ଭିସାକୁ ମଧ୍ଯ ରଦ୍ଦ କରି ଦେଇଛନ୍ତି ଭାରତ ସରକାର।

Leave A Reply

Your email address will not be published.