Odisha Link
Bridging the Missing Links in Odisha

‘ଅସ୍ମିତାର କଥା ଏ ପର୍ଯ୍ୟନ୍ତ ଅନୁଭବ କରିପାରିନୁ, ସରକାର ସଚେତନ ହେବା ଦରକାର’

ଓଏଲ୍‌ ବ୍ୟୁରୋ: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ। ମଧୁବାବୁଙ୍କ ଜନ୍ମଜୟନ୍ତୀ ପାଇଁ ଉତ୍ସବମୁଖର ହୋଇଛି ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର। ମଧୁବାବୁଙ୍କ ଜୟନ୍ତୀ ଅବସରରେ ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ବଡ ପ୍ରତିକ୍ରିୟା ରଖିଛନ୍ତି।

ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, ଯେଉଁମାନେ ଅସ୍ମିତା କହି ଜିତିଛନ୍ତି ସଚେତନ ହେବା ଦରକାର। ଅସ୍ମିତାର କଥା ଏ ପର୍ଯ୍ୟନ୍ତ ଅନୁଭବ କରିପାରିନୁ। ଅସ୍ମିତା ପାଇଁ ସରକାରଙ୍କୁ ଅନେକ ପରୀକ୍ଷା ଦେବାକୁ ହେବ।

ଆତଙ୍କବାଦ ଆକ୍ରମଣ ନେଇ ସେ କହିଛନ୍ତି, ସବୁ ମୁସଲମାନ ଆତଙ୍କବାଦୀ ନୁହନ୍ତି କି ସବୁ ହିନ୍ଦୁ ଉଗ୍ରବାଦୀ ନୁହନ୍ତି। ହିନ୍ଦୁ, ମୁସଲମାନ ମିଶି ମିଳିତ ଭାବେ ଆତଙ୍କବାଦ ଦମନ କରିବା ଉଚିତ।

ପୂର୍ବ ସରକାର ହାରିବା ନେଇ ମଧୁ ଜୟନ୍ତୀ ଉତ୍ସବରେ ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ସୌମ୍ୟ ପଟ୍ଟନାୟକ କହିଛନ୍ତି, ନିଜର ଅହଂକାର ପାଇଁ ବିଜେଡି ପରାଜୟର ସ୍ବାଦ। ବିଜେଡି ବନ୍ଧୁ ଅହଂକାରରୁ ଦୂରେଇ ରହିବାକୁ ପରାମର୍ଶ।

Leave A Reply

Your email address will not be published.